ଗଞ୍ଜାମ,୨୧/୮(ମନୋଜ ପାତ୍ର):ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ସିଏଚସି ଅଧୀନରେ ଥିବା ବରଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ଫାର୍ମାସିଷ୍ଟ ସୁରେଶ ଚନ୍ଦ୍ର ବିଷୋୟୀ(୫୮)କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ଗତକାଲି ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି ।ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ, ଶ୍ରୀ ବିଷୋୟୀ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ବରଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ ।କିନ୍ତୁ ଗତ ଚାରି ଦିନ ଧରି ଥଣ୍ଡା କାଶ ଲାଗିରହିଥିଲା।ଏଥିପାଇଁ ସେ କିଛି ଥଣ୍ଡା କାଶ ମେଡ଼ିସିନ ଖାଇଥିଲେ କିନ୍ତୁ ସେମିତି ସୁସ୍ଥ ଅନୁଭବ କରିପାରିନଥିଲେ।ତେବେ ଗତକାଲି ନିଜ କାର୍ଯ୍ୟସାରି ଭଞ୍ଜନଗର ସ୍ଥିତ ଭେଜିପୁଟରେ ରହୁଥିବା ଘରକୁ ଫେରିଥିଲେ ।କିନ୍ତୁ କିଛି ସମୟ ପରେ ହଟାତ ଜ୍ୱର ହେବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ।ଯାହା ଫଳରେ ପରିବାର ଲୋକେ ଭଞ୍ଜନଗର ଡାକ୍ତର ଖାନା ନେବା ସମୟରେ ହିଁ ତାଙ୍କର ଡାକ୍ତରଖାନା ବାରଣ୍ଡାରେ ହିଁ ପ୍ରାଣବାୟୁ ଉଡିଯାଇଥିଲା ।କିନ୍ତୁ କରୋନା ଟେଷ୍ଟ କରିବା ପରେ ରିପୋର୍ଟରେ ପୋଜିଟିବ ବାହରିଥିଲା ।ଏହି ଦୁଃଖଦ ଘଟଣା ସମ୍ପର୍କରେ ଜାଣିବା ପରେ ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ଶ୍ରୀ ବିଷୋୟୀ ଜଣେ ମିଷ୍ଟବାସୀ ତଥା ପରୋଉପକାରୀ ଥିଲେ ।ଏହି ଦୁଃଖଦ ଘଟଣା ପରେ ଶ୍ରୀ ବିଷୋୟୀଙ୍କୁ ଗାର୍ଡ ଅଫ ଅନ୍ନର ଦିଆଯିବା ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ,ଏସଡିଏମଓ ଡାକ୍ତର ଶିତାନସୁ ଶତପଥୀ,ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଡାକ୍ତର ଦାସ କିରଣ କୁମାର , ପୋଲିସ ଅଧିକାରୀ ଏବଂ ଶ୍ରୀ ବିଷୋୟୀଙ୍କ ପରିବାରଙ୍କ ଉପସ୍ଥିତରେ ଶବ ଦାହ କରାଯାଇଥିଲା ।ଶ୍ରୀ ବିଷୋୟୀଙ୍କ ମୃତ୍ୟୁରେ ଶୁକ୍ରବାର ବରଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ନୂତନ) ପରିସରରେ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୁଖ୍ୟ ଡାକ୍ତର ଦାସ କିରଣ କୁମାର, ଫାର୍ମାସିଷ୍ଟ ଅଶୋକ କୁମାର ପାତ୍ର, ଚିତ୍ରସେନ ନାୟକ, ଅଳୁଷି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ କୃତିବାସ ନାୟକ, ଛାମୁଣ୍ଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ପ୍ରତାପ ନାୟକ ,ତାରା ସିଂ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଅଜିତ କୁମାର ବେହେରାଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଶ୍ରୀ ବିଷୋୟୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରିବା ସହ ଶୋକ ପାଳନ କରିଥିଲେ ।
444