220

ଦୁଇ ଭଉଣୀଙ୍କ ହାତରେ ଗଣପତିଙ୍କ ଶେଷ ସ୍ଫର୍ଶ, ରାତି ପାହିଲେ ପୂଜା

ମୁଣ୍ଡରେ ହାତ ଦେଇ ବସିଛନ୍ତି ମୂର୍ତି କାରିଗର
ରାଜକନିକା,୨୦/୮(ଓଡିଆନ ମିଡ଼ିଆ): କରୋନା ମହାମାରୀ ଯେମିତ ସବୁ କିଛି ବଦଳାଇ ଦେଇଛି । ମୂର୍ତି ଗଢ଼ି ନିଜ ପରିବାର ଚଳାଉଥିବା କାରିଗରଙ୍କ ବେପାରକୁ କରିଦେଇଛି ଏକ ପ୍ରକାର ମାନ୍ଦା । ରାତି ପାହିଲେ ଗଣେଶ ପୂଜା । ହେଲେ ପୂଜା ଆସିବା ପୂର୍ବରୁ ଯେମିତି ଗହଳ ଚହଳରେ ଫାଟି ପଡ଼ୁଥିଲା ବଜାର ସହର । ସେମିତି କିଛିବି ହେଉ ନାହିଁ । ବିଚରା ମୂର୍ତି କାରିଗରମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସ୍କୁଲ କଲେଜରେ ପୂଜା ନାହିଁକି ଗାଁ ଗାଁରେ ବ୍ଲକ୍ ଘରେ ଏ ବର୍ଷ ପୂଜା ବି ହେଉ ନାହିଁ । ଏଭଳି ସମୟରେ ବର୍ଷକର ଦାନା ଗଣ୍ଡାକ ପାଇଁ ମୂର୍ତି ତିଆରି କରି ବିକ୍ରି କରିବାକୁ ଭାବିଥିବା ଗରିବ କାରିଗରଙ୍କ ଚିନ୍ତାର କାରଣ ପାଲଟିଛି । ରାଜକନିକା ବ୍ଲକ୍ ଜରିସାହି ଗ୍ରାମରେ ବର୍ଷ ବର୍ଷ ଧରି ନିଜ କୌଳିକ ବୃତିକୁ ଧରି ପେଟ ପୋଷୁଥିବା କାରିଗର ମାନେ ଭୋକ ଉପାସରେ ରହିଛନ୍ତି । କିଛି ମୂର୍ତି ବିକ୍ରି ହେବ ଏଭଳି ଆଶା ଆଉ ବିଶ୍ୱାସ ନେଇ ମୂର୍ତି ଗଢ଼ିବାରେ ବ୍ୟସ୍ତ ରହିଛନ୍ତି । କରୋନା ମହାମାରୀରେ ନିଜ ପରିବାରକୁ ଚଳାଇବା ପାଇଁ କିଛି ମୂର୍ତି ବିକ୍ରି କରି ଦିପଇସା ପାଇବା ଲକ୍ଷ୍ୟରେ ନିଜର ହାତକୁ ତରତରରେ ରଙ୍ଗମାରିବାରେ ବ୍ୟସ୍ତ ରହିଛନ୍ତି ଜରିସାହି ଗ୍ରାମର ଦୁଇ ଭଉଣୀ । ନବଘନ ବେହେରାଙ୍କ ଦୁଇ ଝିଅ ବର୍ଷାରାଣୀ ବେହେରା(୧୪) ଚଳିତ ବର୍ଷ ମାଟ୍ରିକ ପାସ୍ କରିଛନ୍ତି । ଆଉ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଅର୍ଚ୍ଚନା ବେହେରା(୧୨) । ହେଲେ କ’ଣ ଅବା କରିବେ ନିଜ ପରିବାରର କୌଳିକ ବୃତିକୁ ଛାଡ଼ିପାରି ନାହାଁନ୍ତି ଏହି ଦୁଇ ଭଉଣୀ । ମୃର୍ତି ଗଢ଼ିଲେ ପରିବାର ଚଳେ । ହେଲେ ଚଳିତ ବର୍ଷ ବାଧକ ସାଜିଛି କରୋନା । ହାତରେ ଆଉ ମାତ୍ର ଗୋଟିଏ ଦିନ କିଛି ମୂର୍ତି ବିକ୍ରି ହୋଇଯାଆନ୍ତାକି । ଏଭଳି ଆଶା ବାନ୍ଧି ଗଣପତି ଦେବତାଙ୍କ ଶେଷ ସ୍ଫର୍ଶରେ ଲାଗିପଡ଼ିଛନ୍ତି ଦୁଇ ଭଉଣୀ । ଗରିବ ପରିବାର ସରକାରଙ୍କ ଆର୍ଥିକ ସହାୟତା କିଛି ନାହିଁ । ପାଠ ପଢ଼ିଲେବି ଆମର ଭବିଷ୍ୟତରେ ରୋଜଗାର କେମିତି କରିବୁ ସରକାରତ କିଛି ବୁଝିଲେ ନାହିଁ, କରୋନା ସମୟରେ କାରିଗରଙ୍କୁ ସହାୟତା ଦେଲେ ନାହିଁ । ଆଉ କରିବୁ କ’ଣ ଏଭଳି କୋହ ଭରା କଣ୍ଠରେ କହନ୍ତି ବର୍ଷାରାଣୀ । ଅଧିକ ମୂର୍ତି ବିକ୍ରି ହୋଇଥିଲେ ବର୍ଷକ ପର୍ଯ୍ୟନ୍ତ ଆମେ ଦୁଃଖ କଷ୍ଟରେ ଚଳିଯାଇଥାନ୍ତୁ, ହେଲେ ସେମିତି କିଛି ହେଲା ନାହିଁ । ଆମକୁ ରାଜ୍ୟ ସରକାର କିଛି ସହାୟତା ପାଇଁ ଏହି ମୂର୍ତି କାରିଗର ଦୁଇ ଭଉଣୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଗୁହାରି କରିଛନ୍ତି ।
Spread the love