182

ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲକୁ ମନୋନିତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର “ଆଜାଦ”

ଗଞ୍ଜାମ,୨୦/୮(ମନୋଜ ପାତ୍ର):ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭଲ କୁ ମନୋନୀତ ହୋଇପାରିଛି “ଆଜାଦ”ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ର। ଗଞ୍ଜାମ ସହର ସ୍ଥିତ ଭାରତୀ ଵିଦ୍ୟା ପୀଠର କ୍ରୀଡ଼ା ଶିକ୍ଷକ, ଗୀତିକାର , ସଂଳାପ ଲେଖକ “ପ୍ରୀତି ରଞ୍ଜନ ପ୍ରଧାନ ”ଙ୍କ ପରିକଳ୍ପନା, ସ୍ବାଧୀନତାର ୭୪ ବର୍ଷ ପରେ ଝିଅ ମାନଙ୍କୁ ମିଳିପାରିନି ସ୍ବାଧୀନତା ପରିକଳ୍ପପିତ କ୍ଷୁଦ୍ର ଚଳଚିତ୍ର “ଆଜାଦ” ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ କୁ ମନୋନିତ ହୋଇଥିବା ଜଣାପଡିଛି । ଯାହାକୁ ନେଇ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଥିବାବେଳେ ଏହା ନିଶ୍ଚିତ ପୁରସ୍କୃତ ହେବ ବୋଲି ଆଶାବାଦୀ ଅଛନ୍ତି । ମୁକ୍ତିଲାଭ କରିଛି “B beat’s odia ” you tube ଚାନେଲରେ ଏକ କ୍ଷୁଦ୍ର ଚଳଚିତ୍ର ” ଆଜାଦ “( କାହାଣୀ ଏକ ଝିଅ ର )। ସ୍ୱାଧୀନତା କୁ ୭୪ ବର୍ଷ ପୁରିବା ପରେ ମଧ୍ୟ ଆମ ଝିଅ ମାନଙ୍କୁ ମିଳି ପାରିନି ପୂର୍ଣ ସ୍ୱାଧୀନତା । ଏକୁଟିଆ ଝିଅ ଅସହାୟ ଝିଅକୁ ଦେଖି ଅନେକ ଅବିବେକି ପୁରୁଷ ହୋଇ ଯାଆନ୍ତି କାମାନ୍ଧ । ଠିକ ଭୁଲ କିଛି ନବିଚାରି ନିରୀହ ନିଷ୍ପାପ ଝିଅ ମାନଙ୍କୁ ଖରାପ ଦୃଷ୍ଟିରେ ଦେଖନ୍ତି  ।କେମିତି ଝିଅ ମାନଙ୍କୁ ଆମେ ଦେଇ ପାରିବା ସୁରକ୍ଷା, କେମିତି ଆଣିବା ଆମ ମାନସିକତାରେ ପରିବର୍ତନ,ଏ ସବୁକୁ ଲକ୍ଷ କରି ଅଭିନୟ ମାଧ୍ୟମରେ ଏକ ସୁନ୍ଦର ସଚେତନତା ବାର୍ତା ବାଣ୍ଟିଛନ୍ତି ଗଞ୍ଜାମର କଳାକାର ମାନେ । ଯାହାକୁ ଏକ ସୁନ୍ଦର ପରିକଳ୍ପନା ନେଇ କାହାଣୀଟିକୁ ସଂଳାପ ରେ ସଜେଇଛନ୍ତି ଗୀତିକାର ତଥା ସଂଳାପ ଲେଖକ ପ୍ରୀତି ରଞ୍ଜନ ପ୍ରଧାନ ଏବଂ ଏହାର ନିର୍ଦେଶନା ଭାର ସମ୍ଭାଳିଛନ୍ତି ଗଂଜାମର ଯୁବ ନିର୍ଦ୍ଦେଶକ ତେଜେଶ୍ୱର ସାମଲ । ଏଥିରେ ମୁଖ୍ୟ ଭୂମିକାରେ ଶିଶୁ କଳାକାର ଶିବାନୀ ପ୍ରଧାନଙ୍କର ଦମଦାର ଅଭିନୟ ସମସ୍ତ କଳାକାରଙ୍କ ମହଲରେ ବେଶ ଆଦୃତ ହୋଇପାରିଛି ।ତାଙ୍କ ସହିତ ଅଭିଜ୍ଞ କଳାକାର ତଥା ଓଡ଼ିଆ ସିନେମା ଓ ଟିଭି ପରଦାର ହାସ୍ୟ ଅଭିନେତା ତଥା କୁକୁଡାଖଣ୍ଡି ଆଦର୍ଶ ବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ମଧୁସୂଦନ ମିଶ୍ରଙ୍କ ସହିତ ପ୍ରୀତି ରଞ୍ଜନ ପ୍ରଧାନ, ସପନ ସେଠି ଓ ସୌମ୍ୟ ରଞ୍ଜନ ସାହୁଙ୍କର ଅଭିନୟ ବେଶ ଉଚ୍ଚ କୋଟିର ଥିଲା ବୋଲି ଦର୍ଶକ ମହଲରେ ଚର୍ଚ୍ଚା ଜୋର ହେଉଛି । କ୍ୟାମେରା ଦାୟିତ୍ୱରେ ଅଛନ୍ତି ସୁନୀଲ କୁମାର ପାଢୀ ଓ ରାଜା । ଚଳଚିତ୍ର ” ଆଜାଦ ” ଏବେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ହେଉଥିବା ROSHNI INTERNATIONAL SHORTFILM FESTIVAL ଏବଂ COIFF FILM FESTIVAL, 2020 ଦୁଇ ଟି Festival କୁ ସିଲେକ୍ସନ ହୋଇଛି ବୋଲି ଫିଲ୍ମର ପ୍ରଡ୍ୟୁସର ଭରତ ବେହେରା ଜଣେଇବା ସହ ଖୁସି ବ୍ୟକ୍ତ କରି ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ଲାଭ କରୁ ବୋଲି ଆଶାବାଦୀ ଅଛନ୍ତି । ଏ ଫିଲ୍ମଟି ସ୍କୁଲ ପିଲା ମାନଙ୍କ ପାଇଁ ମଧ୍ୟ ଉଦ୍ଧିଷ୍ଟ ।
Spread the love