Skip to content
ଭଦ୍ରକ,୧୯/୮: ମୃତଦେହକୁ ସତ୍କାର ପାଇଁ ମିଳୁନି ଜାଗା । ରାଜପଥରେ ଠିଆ ହେଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ବାହାରେ ପିପିଇ କିଟ ପିନ୍ଧି ଆମ୍ବୁଲାନ୍ସ ଚାଳକ ଓ ଦୁଇ ଜଣ ସମ୍ପର୍କୀୟ ବାହାରେ ଅପେକ୍ଷା କଲେ । ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ସହର ଓଭର ବ୍ରିଜ ନିକଟରେ । ମୃତକ କୋଭିଡ କେୟାରରେ ଚିକିତ୍ସିତ ହୋଇଥିଲେ । ତାଙ୍କର ମୃତ୍ୟୁ ହେବା ପରେ ତାଙ୍କ ପୁଅଙ୍କୁ ଛାଡି ଆଉ କାହାକୁ ତାଙ୍କ ପାଖକୁ ଯିବା ପାଇଁ ଅନୁମତି ମିଳିଲାନି । ତେବେ ମୃତଦେହକୁ ଧରି ଆମ୍ବୁଲାନ୍ସରେ ଶବ ସତ୍କାର ପାଇଁ ସହରର ଅନେକ ଶ୍ମଶାନକୁ ଗଲେ । କିନ୍ତୁ ସ୍ଥାନୀୟ ଲୋକେ ମୃତଦେହକୁ ସତ୍କାର ପାଇଁ ଅନୁମତି ଦେଲେନି । ଶେଷରେ ସବୁଠି ବୁଲିବୁଲି ଆସି ରାଜପଥ କଡ଼ରେ ଠିଆ ହୋଇଥିବା ଦୃଶ୍ୟ ଆମ ହସ୍ତଗତ ହୋଇଛି । ପ୍ରଶାସନର ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି । ଜିଲ୍ଲାପାଳ କହିଛନ୍ତି ଯେ ଘଟଣାର ଅନୁଧ୍ୟାନ କରାଯାଉଛି ।