91

+୨ ବାଣିଜ୍ୟ ପରୀକ୍ଷାରେ ,ଦକ୍ଷିଣାଞ୍ଚଳର ୮ଟି ଜିଲ୍ଲାରେ ଉତ୍ତୀର୍ଣ୍ଣ ହାର ୬୨.୭୫ ପ୍ରତିଶତ ।

ଗଞ୍ଜାମ ଜିଲ୍ଲା ସର୍ବାଗ୍ରେ   ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା   

ବ୍ରହ୍ମପୁର, ୧୯/୦୮(ମନୋଜ ପାତ୍ର) : ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ +୨ ବାଣିଜ୍ୟ   ବାର୍ଷିକ ପରୀକ୍ଷା ଫଳାଫଳ ଆଜି ପୂର୍ବାହ୍ଣ ସାଢ଼େ ୧୧ଟା ସମୟରେ ପ୍ରକାଶ ପାଇଛି l ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଭୁବନେଶ୍ୱର ସ୍ଥିତ ମୁଖ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆନୁଷ୍ଠାନିକ ଭାବେ +୨ ବାଣିଜ୍ୟ ପରୀକ୍ଷା ଫଳାଫଳ ଘୋଷଣା କରିଥିଲେ l ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବାଣିଜ୍ୟ ସ୍ରୋତରେ ମୋଟ ୨୫୭୭୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ତନ୍ମଧ୍ୟରୁ ୧୯୩୧୮ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି l ରାଜ୍ୟର ଉତ୍ତୀର୍ଣ୍ଣ ହାର ରହିଛି ୭୪.୯୫ ପ୍ରତିଶତ l ୧୨୨୧୫ ଜଣ ଛାତ୍ର (୬୩.୨୩ %) ଓ ୭୧୦୩ (୭୭.୮୦ %) ଜଣ ଛାତ୍ରୀ +୨ ବାଣିଜ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୪୦ ବିଦ୍ୟାର୍ଥୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି କୃତିତ୍ୱ ଅର୍ଜନ କରିଛନ୍ତି l ପ୍ରଥମ ଶ୍ରେଣୀରେ ୬୬୧୦, ଦ୍ଵିତୀୟ ଶ୍ରେଣୀରେ ୪୨୫୯ ,ତୃତୀୟ ଶ୍ରେଣୀରେ ୮୩୬୧ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାରେ ସର୍ବୋତ୍ତମ (୮୮.୭୦ପ୍ରତିଶତ) ଓ ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ (୩୪.୧୭ ପ୍ରତିଶତ) ଫଳାଫଳ ହୋଇଛି l ୨୯ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶତ ପ୍ରତିଶତ ଫଳାଫଳ ହୋଇଥିବା ବେଳେ ୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୂନ ପ୍ରତିଶତ ଫଳାଫଳ ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝାଙ୍କ ସୌଜନ୍ୟରୁ ଜଣାପଡ଼ିଛି l
ଦକ୍ଷିଣାଞ୍ଚଳ ଅଧୀନସ୍ଥ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଆଦି ଆଠଟି ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷାର ସାମଗ୍ରିକ ଫଳାଫଳ ହାର ରହିଛି ୬୨.୭୫ ପ୍ରତିଶତ l ଉପର୍ଯ୍ୟୁକ୍ତ ଆଠଟି ଜିଲ୍ଲାରେ ସର୍ବମୋଟ ୪୫୩୨ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ସମସ୍ତ ପରୀକ୍ଷାର୍ଥୀ +୨ ବାଣିଜ୍ୟ ପରୀକ୍ଷା ଦେଇଥିଲେ l ଏହି ପରୀକ୍ଷାରେ ଦକ୍ଷିଣାଞ୍ଚଳରେ ମୋଟ ୩୧୨୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି l ୧୧୧୫ଜଣ ପ୍ରଥମ ଶ୍ରେଣୀରେ, ୬୬୪ ଜଣ ଦ୍ଵିତୀୟ ଶ୍ରେଣୀରେ, ୧୩୩୬ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୮ ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ୨୧ ଜଣ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍ ଅଭିଯୋଗରେ ଅଭିଯୁକ୍ତ ହୋଇଥିବାରୁ ସେମାନଙ୍କ ଫଳାଫଳ ପ୍ରକାଶ ପାଇ ନଥିବା ଏହି ସୂତ୍ରରୁ ଜଣାପଡ଼ିଛି l
୯୦ ପ୍ରତିଶତରୁ ଅଧିକ ନମ୍ବର ରଖି କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ରାଜ୍ୟର ମୋଟ ୪୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଦକ୍ଷିଣାଞ୍ଚଳରେ ୯ ଜଣ ରହିଛନ୍ତି ଏବଂ ସମସ୍ତ ନଅ ଜଣ କୃତୀ ବିଦ୍ୟାର୍ଥୀ ହେଉଛନ୍ତି ଗଞ୍ଜାମ ଜିଲ୍ଲାର l ବ୍ରହ୍ମପୁର ସହରାଞ୍ଚଳ ସ୍ଥିତ ନୀଳକଣ୍ଠନଗର ସରସ୍ବତୀ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭ ଜଣ (ରାହୁଲ ପ୍ରସନ୍ନ ସାହୁ ୫୬୧, ଏସ୍.ସାଇକ୍ରିଷ୍ଣା ପାତ୍ର ୫୫୪, ବି.ସ୍ନେହାରାଣୀ ପାତ୍ର ୫୫୦, ଏ.ସନ୍ତୋଷୀ ପାତ୍ର ୫୪୮, ପ୍ରଗତିରାଣୀ ହୋତା ୫୪୫, ବି.ଭି. କ୍ରାନ୍ତିରୋଶନ୍ ଶର୍ମା ୫୪୫, ଆଦିତ୍ୟ ପ୍ରସାଦ ତ୍ରିପାଠୀ ୫୪୧) ଓ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨ ଜଣ ବିଦ୍ୟାର୍ଥୀ (ପି. ରାକେଶ ୫୫୩, ସ୍ଵିଟି ସାହୁ ୫୪୨) ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଉପସଚିବ ଡ. ଓଝା ପ୍ରକାଶ କରିଛନ୍ତି l
ଗଞ୍ଜାମ ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷା ଦେଇଥିବା ମୋଟ ୨୧୨୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭୯୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି l ୮୦୨ ଜଣ ପ୍ରଥମ ଶ୍ରେଣୀ, ୩୭୯ ଜଣ ଦ୍ଵିତୀୟ ଶ୍ରେଣୀ, ୬୦୪ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୬ ଜଣ ପରୀକ୍ଷାର୍ଥୀ କମ୍ପାର୍ଟମେଣ୍ଟାଲରେ ପାଶ୍ କରିଛନ୍ତି l ଜିଲ୍ଲାରେ ଫଳାଫଳ ହାର ରହିଛି ୮୪.୨୦ ପ୍ରତିଶତ ଏବଂ ୩ ଜଣ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍ ଅଭିଯୁକ୍ତ ହୋଇଛନ୍ତି l
ଗଜପତି ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷା ଦେଇଥିବା ମୋଟ ୬୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି l ୧୨ ଜଣ ପ୍ରଥମ ଶ୍ରେଣୀ, ୧୧ ଜଣ ଦ୍ଵିତୀୟ ଶ୍ରେଣୀ, ୨୪ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କମ୍ପାର୍ଟମେଣ୍ଟାଲ୍ ଓ ମାଲ୍ ପ୍ରାକ୍ଟିସ୍ କେହି ନାହାନ୍ତି l ଜିଲ୍ଲାରେ ପାଶ୍ ହାର ରହିଛି ୭୩.୪୫ ପ୍ରତିଶତ l
କୋରାପୁଟ ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷା ଦେଇଥିବା ମୋଟ ୭୭୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୭୧ ଜଣ କୃତକାର୍ଯ୍ୟ ହୋଇଛନ୍ତି l ୧୩୨ ଜଣ ପ୍ରଥମ ଶ୍ରେଣୀ, ୯0 ଜଣ ଦ୍ଵିତୀୟ ଶ୍ରେଣୀ, ୨୪୯ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କମ୍ପାର୍ଟମେଣ୍ଟାଲରେ କେହି ପାଶ୍ କରିନାହାନ୍ତି l ଜଣେ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍ ଅଭିଯୁକ୍ତ ହୋଇଛନ୍ତି l ଜିଲ୍ଲାରେ ପାଶ୍ ହାର ରହିଛି ୬୧.୧୬ପ୍ରତିଶତ l
ମାଲକାନଗିରି ଜିଲ୍ଲାରେ ବାଣିଜ୍ୟ ସ୍ରୋତରେ ପରୀକ୍ଷା ଦେଇଥିବା ମୋଟ ୧୭୧ ଜଣଙ୍କ ମଧ୍ୟରୁ ୧୨୨ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି l ୨୬ ଜଣ ପ୍ରଥମ ଶ୍ରେଣୀ, ୩୩ ଜଣ ଦ୍ଵିତୀୟ ଶ୍ରେଣୀ, ୬୩ ଜଣ ତୃତୀୟ ଶ୍ରେଣୀରେ ପାଶ୍ କରିଥିବା ବେଳେ କମ୍ପାର୍ଟମେଣ୍ଟାଲ୍ ଓ ମାଲ୍ ପ୍ରାକ୍ଟିସ୍ କେହି ନାହାନ୍ତି l ଜିଲ୍ଲାରେ ପାଶ୍ ହାର ରହିଛି ୭୧.୩୪ ପ୍ରତିଶତ l
ନବରଙ୍ଗପୁର ଜିଲ୍ଲାରେ ବାଣିଜ୍ୟ ପରୀକ୍ଷା ଦେଇଥିବା ୫୦୨ ଜଣଙ୍କ ମଧ୍ୟରୁ ୨୨୬ ପରୀକ୍ଷାର୍ଥୀ ସଫଳତା ପାଇଛନ୍ତି l ୩୩ ଜଣ ପ୍ରଥମ, ୫୦ ଜଣ ଦ୍ଵିତୀୟ, ୧୩୯ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କମ୍ପାର୍ଟମେଣ୍ଟାଲ୍ କେହି ନାହାନ୍ତି l ତେବେ ୧୫ ଜଣ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍ ଅଭିଯୁକ୍ତ ହୋଇଛନ୍ତି l ଜିଲ୍ଲାରେ ଉତ୍ତୀର୍ଣ୍ଣ ଶତାଂଶ ରହିଛି ୪୫.୦୧ପ୍ରତିଶତ l
ରାୟଗଡ଼ା ଜିଲ୍ଲାରେ ବାଣିଜ୍ୟ ପରୀକ୍ଷା ଦେଇଥିବା ୬୬୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୨୮ ଜଣ କୃତକାର୍ଯ୍ୟ ହୋଇଛନ୍ତି l ୮୪ ଜଣ ପ୍ରଥମ, ୬୫ ଜଣ ଦ୍ଵିତୀୟ, ୧୭୭ ଜଣ ତୃତୀୟ ଶ୍ରେଣୀରେ ପାଶ୍ କରିଛନ୍ତି l ୨ ଜଣ କମ୍ପାର୍ଟମେଣ୍ଟାଲରେ ପାଶ୍ କରିଥିବା ବେଳେ ଜଣେ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍ ଅଭିଯୁକ୍ତ ହୋଇଛନ୍ତି l ଜିଲ୍ଲାରେ ପାଶ୍ ହାର ରହିଛି ୪୯.୨୪ ପ୍ରତିଶତ l
ବୌଦ୍ଧ ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷା ଦେଇଥିବା ୭ ପାରୀକ୍ଷାର୍ଥୀଙ୍କ ମଧ୍ୟରୁ ୪ ଜଣ କୃତକାର୍ଯ୍ୟ ହୋଇଛନ୍ତି l ପ୍ରଥମ ଶ୍ରେଣୀରେ କେହି ନ ଥିବା ବେଳେ ଜଣେ ଦ୍ଵିତୀୟ ଶ୍ରେଣୀରେ, ୩ ଜଣ ତୃତୀୟ ଶ୍ରେଣୀରେ ପାଶ୍ କରିଛନ୍ତି l ଜଣେ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍ ଅଭିଯୁକ୍ତ ହୋଇଛନ୍ତି l ଜିଲ୍ଲାରେ ଉତ୍ତୀର୍ଣ୍ଣ ହାର ରହିଛି ୫୭.୧୪ପ୍ରତିଶତ lସେହିପରି କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ +୨ ବାଣିଜ୍ୟ ପରୀକ୍ଷା ଦେଇଥିବା ମୋଟ ୨୨୫ ଜଣଙ୍କ ମଧ୍ୟରୁ ୧୩୬ଜଣ କୃତକାର୍ଯ୍ୟ ହୋଇଛନ୍ତି l ୨୪ ଜଣ ପ୍ରଥମ, ୩୫ ଜଣ ଦ୍ଵିତୀୟ, ୭୭ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କମ୍ପାର୍ଟମେଣ୍ଟାଲ୍ କି ମାଲ୍ ପ୍ରାକ୍ଟିସ୍ କେହି ନାହାନ୍ତି l ଜିଲ୍ଲାରେ ପାଶ୍ ହାର ରହିଛି ୬୦.୪୪ପ୍ରତିଶତ lଚଳିତ ବର୍ଷ +୨ ବାଣିଜ୍ୟ ପରୀକ୍ଷାରେ ଗଞ୍ଜାମ ଜିଲ୍ଲାର ପ୍ରଦର୍ଶନ ରାଜ୍ୟ ହାର ଠାରୁ ମଧ୍ୟ ଅଧିକ ରହିଛି l ରାଜ୍ୟରେ +୨ ବାଣିଜ୍ୟ ପରୀକ୍ଷା ଫଳାଫଳ ହାର ୭୪.୯୫% ଥିବା ବେଳେ ଗଞ୍ଜାମରେ ରହିଛି ୮୪.୨୦ % l ସେହିପରି ଦକ୍ଷିଣାଞ୍ଚଳର ଆଠଟି ଜିଲ୍ଲା ମଧ୍ୟରୁ ଗଞ୍ଜାମ ଜିଲ୍ଲା ସର୍ବାଗ୍ରେ ରହିଥିବା ଉପସଚିବ ଡ.କୁଳମଣି ଓଝା ପ୍ରକାଶ କରିଛନ୍ତି

Spread the love