68

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ, ୩ ଯବାନ ସହିଦ

ଶ୍ରୀନଗର୧୭/୮ : ଜମ୍ମୁ-କାଶ୍ମୀରର ବାରମୂଳାରେ  ଆତଙ୍କବାଦୀମାନେ  ଆକ୍ରମଣ କରିଥିବା ଜଣାପଡିଛି । ଏହି ଆକ୍ରମଣରେ ୨ ସିଆରପିଏଫ ଯବାନଙ୍କ ସହ ଜମ୍ମୁକାଶ୍ମୀର ପୁଲିସର ଏସପିଓ ଯବାନ ସହିଦ ହୋଇଥିବା ଜଣାପଡିଛି । ଏହା ପରେ ସେହି ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ସୂଚନା ଅନୁଯାୟୀ, ଆଜି ସକାଳେ କ୍ରେରି ଅଞ୍ଚଳରେ ତନଖି କରୁଥିବା ସିଆରପିଏଫ ପୁଲିସ ଦଳ ଗାଡ଼ିରୁ ଓହ୍ଲାଇବା ପରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ ସିଆରପିଏଫର ୧୧୯ ବାଟାଲିୟନର ଦୁଇଜଣ ଯବାନଙ୍କ ମୃତ୍ୟୁ ଘଟିଛି ।
Spread the love