ନୂଆଦିଲ୍ଲୀ ୧୬/୦୮: ବିଜେପି ଓ ଆରଏସଏସ କବ୍ଜାରେ ଭାରତର ଫେସବୁକ୍ ଓ ହ୍ଵାଟ୍ସଆପ| କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟି(ବିଜେପି) ଓ ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ(ଆରଏସଏସ) ଉପରେ ବର୍ଷିଛନ୍ତି। ସେ କହିଛନ୍ତି ବିଜେପି, ଆରଏସଏସ ଭାରତରେ ଫେସବୁକ୍ ଓ ହ୍ଵାଟ୍ସଆପ୍କୁ ନିୟନ୍ତ୍ରିତ କରୁଛନ୍ତି। ସେମାନେ ଏହା ମାଧ୍ୟମରେ ମିଥ୍ୟା ଖବର ଓ ଘୃଣା ପ୍ରଚାରିତ କରୁଛନ୍ତି। ଏହା ସହିତ ଏହି ସାମାଜିକ ଗଣମାଧ୍ୟମର ଦୁରୁପଯୋଗ ମତଦାତାଙ୍କୁ ପ୍ରଭାବିତ କରିବା ପାଇଁ କରୁଛନ୍ତି। ରାହୁଲ ଗାନ୍ଧୀ ଏକ ରିପୋର୍ଟକୁ ଉଲ୍ଲେଖ କରି ବିଜେପି ଓ ଆରଏସଏସ ଉପରେ ବର୍ଷିଛନ୍ତି। ରାହୁଲ ଗାନ୍ଧୀ ଟ୍ଵିଟ୍ କରିଛନ୍ତି ଭାରତରେ ଫେସବୁକ୍ ଓ ହ୍ଵାଟ୍ସଆପକୁ ବିଜେପି ଓ ଆରଏସଏସ କବ୍ଜା କରି ରଖିଛନ୍ତି। ଏହା ଜରିଆରେ ଫେକ୍ ନ୍ୟୁଜ୍ ଓ ଘୃଣା ପ୍ରଚାରିତ କାମ କରାଯାଉଛି। ଏହାର ବ୍ୟବହାର ମତଦାତାଙ୍କୁ ପ୍ରଭାବିତ କରିବା ପାଇଁ କରୁଛନ୍ତି।ଫେସବୁକ୍ର କର୍ମଚାରୀଙ୍କ ସୂତ୍ରରୁ ରିପୋର୍ଟରେ କୁହାଯାଇଛି ଭାରତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ସାମାଜିକ ଗଣମାଧ୍ୟମରେ ଘୃଣା ପ୍ରସାର କରୁଛନ୍ତି। କର୍ମଚାରୀଙ୍କ ଅନୁଯାୟୀ ଭର୍ଚୁଆଲ ଦୁନିଆରେ ଘୃଣା ଉଦ୍ରେକାରୀ ପୋଷ୍ଟ ଜରିଆରେ ବାସ୍ତବ ଦୁନିଆରେ ହିଂସା ଓ ଉତ୍ତେଜନା ବଢିଥାଏ।
105