76

ପାଙ୍ଗଙ୍ଗ ସୋ ହ୍ରଦ କୂଳରେ  ଯବାନଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ

ନୂଆଦିଲ୍ଲୀ୧୫/୮:    ଆଜି ସାରା ଦେଶ ପାଳୁଛି ୭୪ତମ ସ୍ୱାଧୀନତା ଦିବସ । ସାରା ଦେଶବାସୀ ଭିନ୍ନ ଉପାୟରେ ସ୍ୱାଧୀନତା ଦିବସ ପାଳନ କରିଥିବା ଦେଖାଯାଇଛି। ଘରେ ସାମାଜିକ ଦୂରତା ଅବଲମ୍ବନ କରି ଲୋକେ ସ୍ବାଧୀନତା ଦିବସ ପାଳନ କରିଛନ୍ତି। ବିଭିନ୍ନ ଅଫିସ କାର୍ଯ୍ୟାଳୟରେ ମଧ୍ୟ ସାମାଜିକ ଦୂରତା ଅବଲମ୍ବନ କରାଯାଇ ସ୍ବାଧୀନତା ଦିବସ ପାଳନ କରାଯାଇଛି। ସ୍ବାଧୀନତା ଦିବସ ଅବସରରେ ଆଜି ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଲାଲକିଲ୍ଲାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ।    ଭାରତ-ତିବ୍ଦତୀୟ ସୀମା ପୁଲିସ(ଆଇଟିବିପି)ର ଯବାନମାନେ ଲଦାଖର ୧୪,୦୦୦ ଫୁଟ ଉପରେ ସ୍ବାଧୀନତା ଦିବସ ପାଳନ କରିଛନ୍ତି। ୧୪,୦୦୦ ଫୁଟ ଉପରେ ଥିବା ପାଙ୍ଗଙ୍ଗ ସୋ ହ୍ରଦ କୂଳରେ  ସ୍ୱାଧୀନତା ଦିବସ ଅବସରରେ ଆଇଟିବିପି ଯବାନଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଯାଇଛି।  ପତାକା ଉତ୍ତୋଳନ ସହ ଆଇଟିବିପି ଯବାନମାନେ ଗାଇଥିବା ଲୋକପ୍ରିୟ ଦେଶପ୍ରେମ ଗୀତର ଏକ ମାସଅପକୁ ମଧ୍ୟ ରିଲିଜ୍ କରାଯାଇଛି।  ଗତ ତିନି ମାସ ହେଲାଣି ଲଦାଖରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଚୀନ ସହ ଆଖି ମିଳାଇ ଲଢ଼ିଥିବା ଯବାନଙ୍କୁ ଗ୍ୟାଲେଣ୍ଟ୍ରି ପଦକ ଦେବା ପାଇଁ ଆଇଟିବିପି ୨୧ଜଣ ଯବାନଙ୍କ ନାମ ସୁପାରିଶ କରିଥିବା ଜଣା ପଡ଼ିଛି  |
Spread the love