66

ଆତଙ୍କବାଦ ଓ ବିସ୍ତାରବାଦକୁ ଉଚିତ ଜବାବ ଦେବ ଭାରତ

ନୂଆଦିଲ୍ଲୀ, ୧୫ା୮: ଆଜି ଦେଶ ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଲାଲ୍‌କିଲ୍ଲାରୁ ପତାକା ଉତ୍ତୋଳନ ସମୟରେ ଦେଶବାସୀଙ୍କୁ ସମ୍ଭୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ସମ୍ବୋଧନ ଅବସରରେ କରୋନା ଭ୍ୟାକସିନ୍‌ ନେଇ ବଡ଼ ଘୋଷଣା କରିଛନ୍ତି । ଦେଶରେ ଗୋଟିଏ ନୁହେଁ, କି ଦୁଇଟି ନୁହେଁ, ବରଂ ୩ ପ୍ରକାରର କରୋନା ଭ୍ୟାକ୍‌ସିନ୍‌ର ପରୀକ୍ଷଣ ଭିନ୍ନ ଭିନ୍ନ ଚରଣରେ ଚାଲୁରହିଛି । ଯାହାର ପରୀକ୍ଷଣ ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ।  ଦେଶର ବୈଜ୍ଞାନିକମାନେ ଦିନରାତି ଭ୍ୟାକ୍‌ସିନ୍‌ ପ୍ରସ୍ତୁତିରେ ଲାଗିପଡିଛନ୍ତି । କିପରି ଦେଶବାସୀମାନେ ଏହି ମହାମାରୀ ପାଇଁ ଭ୍ୟାକ୍‌ସିନ୍‌ ପାଇଁ ସେଥିପାଇଁ ଉଭୟ ସରକାର ଓ ବୈଜ୍ଞାନିକ ନିଜ ନିଜର ଉଦ୍ୟମ ଜାରି ରଖିଛନ୍ତି । ଏହି ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ସେ ନ୍ୟାସନାଲ ଡିଜିଟାଲ ହେଲଥ ମିଶନର ଘୋଷଣା କରିଛନ୍ତି । ଏହି ମିଶନରେ ଦେଶର ସମସ୍ତ ଭାରତୀୟଙ୍କ ଡାଟା ରଖାଯିବ । ଏହାପରେ ପ୍ରତ୍ୟେକ ଭାରତୀୟଙ୍କୁ ଏକ ଆଇଡ଼ି ମିଳିବ । ଏହାସହ ପ୍ରତ୍ୟେକ ଭାରତୀୟଙ୍କୁ ସ୍ୱାସ୍ଥ୍ୟସେବା ମିଳିବ ।  ଏହାସହ ସାର୍ବଭୌମତ୍ୱ ରକ୍ଷା ପାଇଁ ଦେଶ ବଦ୍ଧପରିକର ବୋଲି ମୋଦି କହିଛନ୍ତି । ଲଦାଖରେ ଆମ ଯବାନଙ୍କ ବୀରତ୍ୱ ବିଶ୍ୱ ଦେଖିଛି । ଆତଙ୍କବାଦ ଓ ବିସ୍ତାରବାଦକୁ ଉଚିତ ଜବାବ ଦେବ ଭାରତ । ଏଲଓସିରୁ ଏଲଏସି ଯାଏଁ ଯବାନ ସଜାଗ ଅଛନ୍ତି । ପଡ଼ୋଶୀ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନ ଚାହେଁ ଭାରତ । ଯିଏ ଯେଉଁପରି ତାକୁ ସେହିପରି ବ୍ୟବାହାର ପାଇଁ ସେନା ପ୍ରସ୍ତୁତ ଅଛନ୍ତି ବୋଲି ମୋଦି କହିଛନ୍ତି ।
Spread the love