131

ରାଜ୍ୟରେ ପ୍ରଥମ ଥର ପାଇଁ ଭିନ୍ନକ୍ଷମ ଶିଶୁଙ୍କ ନିମନ୍ତେ କରୋନା ସଚେତନତା

କୁକୁଡ଼ାଖଣ୍ଡି,13/08 (Ch.ମନୋଜ ପାତ୍ର ) :ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି I ଏହି ସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରଶାସନ ଓ ସରକାର ପ୍ରାଣମୁର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି I ଏହାରି ଭିତରେ ଗୋଟିଏ ପାଦ ଆଗକୁ ବଢ଼ାଇଛି କୁକୁଡାଖଣ୍ଡି ବ୍ଲକ ପ୍ରଶାସନ l ବ୍ଲକରେ ଥିବା ସମସ୍ତ ଗ୍ରାମରେ ପାଖାପାଖି ୧୫୦ ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ପିଲାଙ୍କୁ ଚି଼ହ୍ନଟ କରିଛି ସ୍ଥାନୀୟ ପ୍ରଶାସନ I ଗର୍ଭବତି ମହିଳା ,ବୃଦ୍ଧ/ବୃଦ୍ଧା ,ରୋଗାକ୍ରାନ୍ତ ବ୍ୟକ୍ତି ଓ ଶିଶୁ ମାନଙ୍କ ଶରୀରରେ କରୋନା ଆକ୍ରାନ୍ତ କରିବା ସମ୍ଭାବନା ଅଧିକ ଥିବାବେଳେ ପୂର୍ବରୁ ଏହି ବ୍ଲକରେ ଗର୍ଭବତି ମହିଳାଙ୍କ ନମୁନା ପରୀକ୍ଷା ଆରମ୍ଭ କରି ସମଗ୍ର ଜିଲ୍ଲାରେ ଉଦାହରଣ ସାଜିଛି I ତେବେ ବୁଧବାର ଦିନ ଭିନ୍ନକ୍ଷମ ଶିଶୁ ମାନଙ୍କ ଦେହରେ ଯେପରି କରୋନା ଭୁତାଣୁ ପ୍ରବେଶ କରିପାରିବ ନାହିଁ ତାହାକୁ ଦୃଷ୍ଟିରେ ରଖି ଶିଶୁ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ପ୍ରଥମ ବ୍ଲକ ଭାବରେ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ନିମଖଣ୍ଡି  ଠାକୁର ବାବା ଆଶ୍ରମ ପରିସରରେ  କୁକୁଡାଖଣ୍ଡି ତହସିଲଦାର ଡ଼ଃ.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ତତ୍ବାବଧାନତାରେ ଏକ ସଚେତନତା ଶିବିର ଅନୁଷ୍ଟିତ ହେଇଯାଇଛି I ଏଥିରେ ଶିଶୁ ବିଶେଷଜ୍ଞ ଡାକ୍ତର ସ୍ବାତୀ ଦାସ ଏବଂ କୋଭିଡ଼ ପାଇଁ ନିଯୁକ୍ତ ଓଏଏସ ଅଧିକାରୀ ଆକାଶ ପଟ୍ଟନାୟକ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣି ମନୋରମା ରେଡ୍ଡି ପ୍ରମୁଖ ଉପସ୍ଥିତ ରହିଥିଲେ I  ପିଲାମାନଙ୍କ ଯତ୍ନ ନେବା ସହ ମା ମାନେ ମଧ୍ୟ ଯତ୍ନବାନ ହେବା ସହ ସଚେତନ ହୋଇ ରହିବେ ରହିବା ନିହାତି ଜରୁରୀ ବୋଲି ଡାକ୍ତର ଦାସ ପରାମର୍ଶ ଦେଇଥିଲେ ଏବଂ କୈଣସି ଅସୁବିଧା ହେଲେ ତୁରନ୍ତ ସ୍ଥାନୀୟ ଅଙ୍ଗନବାଡି କର୍ମୀଙ୍କ ଜରିଆରେ ହେଉ ଅବା ସିଧାସଳଖ ଆମ ଶହ ଯୋଗାଯୋଗ କରିବାକୁ କହିଥିଲେ I ଶିଶୁ ମାନଙ୍କ ଠାରେ ଯଦି ସାମାନ୍ୟ ତମ କରୋନା ଲକ୍ଷଣ ଦେଖାଦିଏ ତାହାଲେ ନମୁନା ପରୀକ୍ଷା  କରାଯିବ I ଅନ୍ୟପକ୍ଷରେ ଭିନ୍ନକ୍ଷମ ଶିଶୁ କରୋନା ଆକ୍ରାନ୍ତ ହେବାର ଯଥେଷ୍ଟ ସମ୍ଭବନା ରହିଚି ତାହାକୁ ଆଖି ଆଗରେ ରଖି ଯେପରି ଅଭିଭାବକ ସମେତ ଶିଶୁ ମାନେ ସଚେତନତା କାର୍ଯ୍ୟକ୍ରମକୁ   ବହୁସଂଖ୍ୟାରେ ଆସିବା ପାଇଁ ଆକୃଷ୍ଟ ହେବେ ସେଥିନିମନ୍ତେ ପ୍ରଶାସନ ପକ୍ଷରୁ ଏକ କରୋନା କିଟର ବ୍ୟବସ୍ଥା କରାଯାଇ ଶିଶୁ ମାନଙ୍କୁ ପ୍ରଦାନ କରାଯାଇଥିଲା I ଯେଉଁଥିରେ ସାନିଟାଇଜର ଓ ମାସ୍କ ସମେତ ପିଲାଙ୍କୁ ଆକୃଷ୍ଟ କଲାପରି ଖାଦ୍ୟ ସାମଗ୍ରୀ ରହିଚି I  ଅନ୍ୟପକ୍ଷରେ ଶିଶୁ ମାନଙ୍କୁ ବାହରକୁ ନବାହାରିବାକୁ ପରାମର୍ଶ  ଦେବାସହ ଭାବବିହ୍ଵଳ ହୋଇ ଲୁହଭରା ଆଖିରେ ହାତଯୋଡି ଶିଶୁ ମାନଙ୍କ ସଠିକ ଯତ୍ନନେବା ଏବଂ କୌଣସି ସାମାନ୍ୟ ସମସ୍ୟା ଉପୁଜିଲେ ଆମକୁ ଜଣାଇବାକୁ ନିବେଦନ କରିଥିଲେ ତହସିଲଦାର ଏବଂ ଯେକୈଣସି ପରାମର୍ଷ ପାଇଁ ବିନା ଦ୍ଵିଧାରେ ଯୋଗାଯୋଗ କରିବାକୁ କହିଥଲେ I ପରବର୍ତ୍ତୀ ସମୟରେ ବ୍ଲକର ପ୍ରତିଟି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସମସ୍ତଙ୍କୁ ସଚେତନ କରାଯିବ ବୋଲି କହିଥିଲେ I ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମନୋରମା ରେଡି ଯୋଗଦେଇ ଆଜି ପବିତ୍ର ଜନ୍ମାଷ୍ଟମୀରେ ଶିଶୁ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଏହି କାର୍ଯ୍ୟକ୍ରମ ବେଶ ସଫଳତା ପାଇଛି ବହୁ ସଂଖ୍ୟାରେ ଶିଶୁ ମାନେ ଆମ ଗହଣରେ ଉପସ୍ଥିତ ଅଛନ୍ତି I ଏହିଭଳି ପବିତ୍ର ଦିବସରେ ଆମେ ଶପଥ ନେବା ଓ ମହାମାରୀରୁ କୋମଳ ମତି ଶିଶୁ ମାନଙ୍କୁ ରକ୍ଷାକରିବା ଉପରେ ପରାମର୍ଶ ଦେବାସହ ରାଜ୍ୟରେ ପ୍ରଥମ ଥରପାଇଁ ଏହିଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା କାରଣରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ I
Spread the love