ଭୁବନେଶ୍ଵର,୧୦/୮: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ଅଗଷ୍ଟ ୧୨ରେ ପ୍ରକାଶ ପାଇବ। ସିଏଚ୍ଏସ୍ଇ କାର୍ଯ୍ୟାଳୟରେ ମଧ୍ୟାହ୍ନ ୧୨.୩୦ରେ ପ୍ରକାଶ କରାଯିବ। ଏହାପରେ ଛାତ୍ରଛାତ୍ରୀମାନେ ସିଏଚ୍ଏସ୍ଇ ୱେବ୍ସାଇଟ୍ରୁ ସେମାନଙ୍କ ପରୀକ୍ଷାଫଳ ଦେଖିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେହିପରି ଅଗଷ୍ଟ ତୃତୀୟ ସପ୍ତାହରେ ବାଣିଜ୍ୟ ଓ ଅଗଷ୍ଟ ଶେଷ ସୁଦ୍ଧା ଯୁକ୍ତ ୨ କଳା ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି।
116